ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ନୂଆ ଆଇଟିପିଓ କମ୍ପଲେକ୍ସରେ ‘ଭାରତ ମଣ୍ଡପମ୍’ର ଉଦଘାଟନ କରିଛନ୍ତି । ଏହି ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟେଲ, ରାଜନାଥ ସିଂହ, ଡା.ଜିତେନ୍ଦ୍ର ସିଂହ ଓ ଅଭିନେତା ଆମିର ଖାନଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିର ପରିସର ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକଙ୍କ ସହ କଥା ହୋଇ ସେମାନଙ୍କୁ ସମ୍ମାନିତ କରିଥିଲେ । ଏହି ପରିଯୋଜନାରେ ପ୍ରାୟ ୨,୭୦୦ କୋଟି ଟଙ୍କା ବ୍ୟୟ ହୋଇଛି । ପାଖାପାଖି ୧୨୩ ଏକର ଭୂମିରେ ପ୍ରସ୍ତୁତ ହୋଇଥିବା ଏହି ପରିସର ଦେଶର ସବୁଠୁ ବଡ଼ ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର ରୂପେ ବିକଶିତ କରାଯାଇଛି । ଏଠାରେ ସେପ୍ଟେମ୍ବରରେ ଜି-୨୦ ନେତାଙ୍କ ବୈଠକ ଅନୁଷ୍ଠିତ ହେବ ।