ନଭେମ୍ବରରେ ମହାରାଷ୍ଟ୍ର ପହଞ୍ଚିବ ‘ଭାରତ ଯୋଡ଼ୋ’ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ରରେ ପ୍ରବେଶ କରିବ । ଏହି ଯାତ୍ରାକୁ ମହାରାଷ୍ଟ୍ରରେ ସ୍ୱାଗତ କରିବା ପାଇଁ ଏନସିପି ନେତା ଶରଦ ପାୱାର ଓ ତାଙ୍କ ଝିଅ ସୁପ୍ରିୟା ସୁଲେ ଇଚ୍ଛା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପାର୍ଟି କାର୍ଯ୍ୟକର୍ତ୍ତା ଗତ ସେପ୍ଟେମ୍ବର ୭ରେ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଥିଲେ । ତାମିଲନାଡ଼ୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ କର୍ଣ୍ଣାଟକରେ ପହଞ୍ଚିଛି । ଆଉ ଆଗାମୀ ବର୍ଷ ପ୍ରାରମ୍ଭରେ କଶ୍ମୀରରେ ଯାତ୍ରା ଶେଷ ହେବ । ପାର୍ଟି ତରଫରୁ ରାହୁଲଙ୍କ ସମେତ ୧୧୯ ନେତାଙ୍କୁ ‘ଭାରତ ଯାତ୍ରୀ’ ନାମ ଦିଆଯାଇଛି ।