କୋଭାକ୍ସିନ ବୁଷ୍ଟର ଡୋଜର ପରୀକ୍ଷଣ ପାଇଁ ଡିସିଜିଆଇର ଅନୁମତି ଲୋଡିଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ,ଏଜେନ୍ସି: ହାଇଦ୍ରାବାଦ ସ୍ଥିତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନର ବୁଷ୍ଟର ଡୋଜର ପରୀକ୍ଷଣ ପାଇଁ ଅନୁମତି ଲୋଡାଯାଇଛି। ଏହି ବୁଷ୍ଟର ଡୋଜ ୨ରୁ ୧୮ ବର୍ଷ ବର୍ଗର ଲୋକଙ୍କ ପାଇଁ ହୋଇଥିବା ବେଳେ ଡିସିଜିଆର ଅନୁମତି ଅପେକ୍ଷାରେ ଭାରତ ବାୟୋଟେକ୍‌।

ଏନେଇ ଏକ ସପ୍ତାହ ପୂର୍ବରୁ ଆବେଦନ ହୋଇଥିଲା। ଏହା ପୂର୍ବରୁ ଭାରତ ବାୟୋଟକ୍ ପକ୍ଷରୁ ୬-୧୨ ବର୍ଷ ବୟସ୍କ ଲୋକଙ୍କ ପାଇଁ ପ୍ରସ୍ତୁତ କୋଭିଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା।