ଶତାଧିକ ଚାଷୀଙ୍କୁ ସାହାଯ୍ୟର ହାତ ବଢାଇଲା ବେଦାନ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଲକଡାଉନ ଯୋଗୁଁ ଦେଶବ୍ୟାପୀ ଚାଷୀମାନଙ୍କ ଜୀବନଜୀବିକା ବ୍ୟାହତ ହୋଇଛି। ଅମଳ ପାଇଁ ମାନବଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମନେ ସେମାନଙ୍କର କଷ୍ଟ ଅର୍ଜିତ ଫସଲକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇ ପାରୁନାହାଁନ୍ତି। ଏହି ସମୟରେ ବେଦାନ୍ତ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛି। ଉନ୍ନତମାନର ମଞ୍ଜି ବଣ୍ଟନଠାରୁ ଆରମ୍ଭ କରି ଚାଷଚକ୍ର ମାଧ୍ୟମରେ ସେମାନଙ୍କୁ ମାର୍ଗଦର୍ଶନ କରିବା ପର୍ଯ୍ୟନ୍ତ ବେଦାନ୍ତ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସହ ମିଶି କାର୍ଯ୍ୟକରୁଛି।
ବର୍ତ୍ତମାନ ବେଦାନ୍ତ ଏହାର କୃଷି ଭିତ୍ତିକ ଜୀବିକା ପ୍ରକଳ୍ପ “ଜୀବିକା ସମୃଦ୍ଧି’ ସହ ଜଡିତ ଶତାଧିକ ଚାଷୀଙ୍କୁ ଉଚ୍ଚ ଅମଳକ୍ଷମ ସ୍ୱଦେଶୀ ଅଦା କିସମର ମଞ୍ଜି ବଣ୍ଟନ କରିଛି। ବେଦାନ୍ତ ଏବଂ ପ୍ରକଳ୍ପ ସହଭାଗୀ ସଂସ୍ଥା ସେୱାର ଏକାଧିକ ସାମ୍ପ୍ରଦାୟିକ ପରାମର୍ଶ ପରେ, ସିରିଆପଲି, ଗୁଡିଗାଁ ଏବଂ କେଲଡ଼ାମାଲ ଗ୍ରାମର ୧୮୦ରୁ ଊର୍ଦ୍ଧ୍ୱ ଚାଷୀ ଆସନ୍ତା ଖରିଫ ଫସଲ ଭାବେ ଅଦା ଚାଷରେ ଆଗ୍ରହ ଦେଖାଇଛନ୍ତି। ମଞ୍ଜି ବିତରଣ ବ୍ୟତୀତ ପ୍ୟାକେଜ ଅଫ ପ୍ରାକ୍ଟିସ (ପିଓପି) ଉପରେ ଜମି ପ୍ରସ୍ତୁତି, ବିହନ ଉପଚାର, ବୃକ୍ଷରୋପଣ ପ୍ରଣାଳୀ, ଖତ ଏବଂ ସାର, ପ୍ରାକୃତିକ କୀଟନାଶକ ଔଷଧ, ଚାଷର ଅବଧି, ଅମଳ ପ୍ରକ୍ରିୟା ଇତ୍ୟାଦି ବିଷୟରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଦିଆଯାଉଛି।
ଆମ ପାରିପାର୍ଶ୍ୱରେ କୃଷକ ସମ୍ପ୍ରଦାୟର ଜୀବନ ଶୈଳୀକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ବେଦାନ୍ତର ପ୍ରୟାସ ବିଷୟରେ କମ୍ପାନୀ ସିଇଓ ଶ୍ରୀ ସିଏନ ସିଂ କହିଛନ୍ତି ଯେ, “ଆମେ ଜୀବିକା ସମୃଦ୍ଧି ପ୍ରକଳ୍ପ ପାରିପାର୍ଶ୍ୱିକ କୃଷକମାନଙ୍କର ଉନ୍ନତି ଉପଲକ୍ଷେ ଗଢିଛୁ। ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଅଧିକ ଚାଷୀଙ୍କୁ ସମ୍ପୃକ୍ତ କରି ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ। ଅଧିକ ପରିମାଣରେ ଲାଭଦାୟକ ଚାଷପାଇଁ କୃଷକମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ଉପରେ ପରାମର୍ଶ ଦେବାପାଇଁ ଆମେ କେଭିକେ ଏବଂ ଓଡିଶା ସରକାରଙ୍କ କୃଷି ବିଭାଗର ବିଶେଷଜ୍ଞମାନଙ୍କର ସାହାଯ୍ୟ ନେଇଛୁ।
ଅମର ଜ୍ୟୋତି କୃଷକ ସଙ୍ଘ – ସିରିଆପାଲିର ଅଧ୍ୟକ୍ଷ ଶ୍ରୀ ଜୟକୃଷ୍ଣ ପଟେଲ କହିଛନ୍ତି ଯେ “ଯେତେବେଳେ କରୋନା ପାଇଁ ଲକଡାଉନ ହେଲା ଆମେ ଆମର ପାରିବା ବିକ୍ରି କରିପାରିଲୁ ନାହିଁ। ସେହି ସମୟରେ ବେଦାନ୍ତ ନିଜ ଟାଉନ୍ସିପ ମଧ୍ୟରେ ଆମକୁ ପାରିବା ବିକ୍ରି କରିବାର ବ୍ୟବସ୍ଥା କରାଇଲା, ଯଦ୍ୱାରା ଆମେ ମାନେ ଏହାର କର୍ମଚାରୀମାନଙ୍କ ସହିତ ଜଡ଼ିତ ହେଲୁ। ବର୍ତ୍ତମାନ, ମୁଁ ଏବଂ ମୋର କୃଷକ ବନ୍ଧୁମାନେ ଆଗାମୀ ଖରିଫ ଚାଷ ପାଇଁ ପ୍ରସ୍ତୁତି ହେଉଥିବାବେଳେ ବେଦାନ୍ତ ଆମକୁ ଉଚ୍ଚମାନର ମଞ୍ଜି ଯୋଗାଇ ଦେଉଛି ଏବଂ ଫସଲର ଯତ୍ନନେବା ଦିଗରେ ବିଶେଷଜ୍ଞମାନଙ୍କ ମାଧ୍ୟମରେ ପରାମର୍ଶ ଦେଉଛି’।