ବାଇଜୁ ସହ ବିସିସିଆଇ ଚୁକ୍ତି ଅବଧି ବର୍ଷେ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ବିସିସିଆଇ ଓ ବାଇଜୁ ମଧ୍ୟରେ ହୋଇଥିବା ଚୁକ୍ତି ଅବଧିକୁ ଆଉ ବର୍ଷେ ବଢ଼ାଯାଇଛି। ବେଙ୍ଗାଲୁରୁଭିତ୍ତିକ ଏକ ବହୁରାଷ୍ଟ୍ରୀୟ ଏଜୁକେଶନାଲ୍ ଟେକ୍‌ନୋଲୋଜି କମ୍ପାନୀ ଭାରତୀୟ ଟିମ୍‌ର ଜର୍ସି ସ୍ପନସର ରହିଥିବା ବେଳେ ଚୁକ୍ତି ଅବଧି ବଢ଼ାଯିବା ସକାଶେ ଆଗତ ପ୍ରସ୍ତାବକୁ ନିକଟରେ ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନ୍‌ସିଲ୍ ବୈଠକରେ ମଞ୍ଜୁରୀ ମିଳିଛି।

ପୁରୁଣା ଚୁକ୍ତି ଅନୁସାରେ, ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ ସହ ବାଇଜୁର କାର୍ଯ୍ୟକାଳ ଶେଷ ହୋଇଥାନ୍ତା। ସୂଚନାଯୋଗ୍ୟ ଯେ ଗତ ୨୦୧୯ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ ଭାବେ ବାଇଜୁ ଚୀନ୍‌ର ହ୍ୟାଣ୍ଡସେଟ୍ କମ୍ପାନୀ ଅପ୍ପୋ ସ୍ଥାନ ନେଇଥିଲା। ଚୁକ୍ତି ଅବଧି ବଢ଼ାଯିବା ଫଳରେ ବାଇଜୁ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଜର୍ସି ପାର୍ଟନର୍ ଭାବେ କାର୍ଯ୍ୟ କରିବ ବୋଲି ସୋମବାର ବିସିସିଆଇ ପକ୍ଷରୁ କୁହାଯାଇଛି।