ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟରେ ୬ ଖେଳାଳି ଫେଲ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ସୀମିତ ଓଭର ସିରିଜ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିଙ୍କ ଲାଗି ନୂଆ ଫିଟନେସ୍ ଟେଷ୍ଟ କରିଥିଲା। ଏହି ନୂଆ ଫିଟନେସ୍ ଟେଷ୍ଟରେ ଖେଳାଳିଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ୨ କିମି ରେସ ପୁରା କରିବାକୁ ପଡ଼ିଥାନ୍ତା। କିନ୍ତୁ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଦିନିକିଆ ଓ ଟି-ଟ୍ୱୋଣ୍ଟି ସିରିଜ ପୂର୍ବରୁ ୬ଜଣ ଖେଳାଳି ଏହି ନୂଆ ଫିଟନେସ୍ ଟେଷ୍ଟରେ ଫେଲ୍ ମାରିିଛନ୍ତି।

ରିପୋର୍ଟ ମୁତାବିକ, ବିସିସିଆଇ ୨୦ଜଣ ଖେଳାଳିଙ୍କୁ ଫିଟନେସ ଟେଷ୍ଟ ପାଇଁ ଡକାଇଥିଲା। ଏଥିରେ ସଞ୍ଜୁ ସାମସନ୍, ଇଶାନ କିଶନ, ନିତେଶ ରାଣା, ରାହୁଲ ତେବତିୟା, ସିଦ୍ଧାର୍ଥ କୋଲ ଓ ଜୟଦେବ ଅନାଦକୋଟ ଫେଲ୍ ମାରିଥିଲେ। ଏପରିି ଟେଷ୍ଟ ପ୍ରଥମଥର ପାଇଁ ହୋଇଥିବାରୁ ଏସମସ୍ତ ଖେଳାଳିଙ୍କୁ ଏହାକୁ ପାସ୍ କରିବା ଲାଗି ଆଉ ଗୋଟିଏ ସୁଯୋଗ ମିଳିବ।