ସାଉଥ ଆଫ୍ରିକା ସିରିଜ ଲାଗି କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଚଳିତ ବର୍ଷ ଶେଷରେ ସାଉଥ ଆଫ୍ରିକା ଗସ୍ତ କରିବ । ସେଠାରେ ଭାରତ ୩ ଫର୍ମାଟର ସିରିଜ ଖେଳିବ । ଏହି ଗସ୍ତକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି ସିରିଜର ଶୁଭାରମ୍ଭ ଡିସେମ୍ବର ୧୦ରେ ଟି-୨୦ ମ୍ୟାଚରୁ ଆରମ୍ଭ ହେବ । ଏହାପରେ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଟି-୨୦ର ପ୍ରଥମ ମ୍ୟାଚ ଡରବନରେ ଡିସେମ୍ବର ୧୦ରେ , ୨ୟ ମ୍ୟାଚ କ୍ୟୁବେରାରେ ଡିସେମ୍ବର ୧୨ରେ ଓ ୩ୟ ମ୍ୟାଚ ଜୋହାନ୍ସବର୍ଗରେ ଡିସେମ୍ବର ୧୪ରେ ଅନୂଷ୍ଠିତ ହେବ । ସେହିପରି ଦିନିକିଆ ସିରିଜର ଶୁଭାରମ୍ଭ ଡିସେମ୍ବର ୧୭ରେ, ୨ୟ ଡିସେମ୍ବର ୧୯ ଓ ୩ୟ ଡିସେମ୍ବର ୨୧ରେ ଖେଳାଯିବ । ଅନ୍ୟପଟେ ପ୍ରଥମ ଷ୍ଟେଟ ମ୍ୟାଚ ଡିସେମ୍ବର ୨୬ ଏବଂ ଦ୍ୱିତୀୟ ଟେଷ୍ଟ ୨୦୨୪ ଜାନୁଆରୀ ୩ରେ ହେବ ।