ବ୍ୟାଟେରୀ ଚାଳିତ ସାଇକେଲ ତିଆରି କଲେ ରାକେଶ

ବରଗଡ଼,ଏନ୍ଏନ୍ଏସ୍: ଦୃଢ଼ ଇଛାଶକ୍ତି ହିଁ ସଫଳତାର ଚାବିକାଠି । ଯାହା ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଉିଁରିଆ ଗ୍ରାମର ରାକେଶ କୁମାର ଦାଶ। ଭେଉଁରିଆ ଗାଁର ରାକେଶ କୁମାର ଦାଶ ଇଲେକଟ୍ରିକାଲରେ ଆଇଟିଆଇ ସମାପ୍ତ କରି ଚାକିକି ନପାଇ ଘରେ ବସି ରହିଥିଲେ। ନିଜର ଖର୍ଚ୍ଚ ଉଠାଇବାପାଇଁ ଜଣେ ସମ୍ପର୍କୀୟଙ୍କ ଦୋକାନରେ ପାଞ୍ଚ ହଜାର ଟଙ୍କାରେ ଚାକିରି କରୁଥିଲେ ରାକେଶ।

ଲକଡାଉନ ଯୋଗୁଁ ପୂରା ଘରେ ବସିଯାଇଥିଲେ। ଘରେ ରହିବା ବେଳେ ଅଜଥା ସମୟ ନଷ୍ଟ ନକରି ତିଆରି କରିଛନ୍ତି ଏକ ବ୍ୟାଟେରୀ ଚାଳିକ ସାଇକେଲ। ମାତ୍ର ୧୨ ରୁ ୧୫ ହଜାର ଟଙ୍କା ବିନିମୟରେ ଏହି ସାଇକେଲକୁ ସେ ତିଆରି କରିଛନ୍ତି। ଏହି ସାଇକେଲରେ ୩୬ ଭୋଲ୍ଟର ଏକ ଇଲେକଟ୍ରିକ ମୋଟର, ୩୬ ଭୋଲ୍ଟର ଏକ ବ୍ୟାଟେରୀ, ଗୋଟିଏ କଣ୍ରେ୍ଟାଲର ବ୍ୟବହାର ହୋଇଛି। ତିନିଘଣ୍ଟା ବ୍ୟାଟେରୀ ଚାର୍ଜ ହେବାପରେ ଏହି ସାଇକେଲ ୨୫ ରୁ ୩୦ କିମି ଚାଲିପାରିବ ବୋଲି ରାକେଶ କହିଛନ୍ତି।