କନ୍ଧମାଳ,ଏନ୍ଏନ୍ଏସ୍: ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କନ୍ଧମାଳ ଜିଲ୍ଲାର ପୂର୍ବତନ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବସନ୍ତ କୁମାର ପାଢ଼ୀଙ୍କୁ ନିଯୁକ୍ତ କରାଯାଇଛି । କନ୍ଧମାଳ କଂଗ୍ରେସକୁ ନିଷ୍ଠାର ସହ ଆଗକୁ ନେଇପାରିବେ ଏବଂ ସଂଗଠନକୁ ଆହୁରି ମଜଭୁତ କରିବେ ବୋଲି ଭାରତୀୟ ଜାତୀୟ କଂଗ୍ରେସର କନ୍ଧମାଳ ଜିଲ୍ଲା ସଭାପତି ଅନାମ କୁମାର ନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଡା. ଚେଲା କୁମାର ଆଜି ବସନ୍ତଙ୍କୁ ଏହି ଦାୟିତ୍ତ୍ୱ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପାଢ଼ୀ ଜିଲ୍ଲା ଏବଂ ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଜିଲ୍ଲାରେ କଂଗ୍ରେସର ଉନ୍ନତି ପାଇଁ ସେ ଆହୁରି ଅଧିକ ପରିଶ୍ରମ କରିବେ ବୋଲି ଏକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।