ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

ନୂଆଦିଲ୍ଲୀ,ଏଜେନ୍ସି: କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେବା ପରେ ବାସବରାଜ ବୋମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଲାଗି ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ମନ୍ତ୍ରୀମଣ୍ଡଳର ବିସ୍ତାର ଉପରେ ଆଲୋଚନା ହେବ ବୋଲି ଜଣାଯାଉଛି। ଏଥିସହିତ ବୋମାଇ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷା ଜେପି ନଡ୍ଡାଙ୍କୁ ଭେଟିପାରନ୍ତି।

ସୂଚନା ଅନୁସାରେ କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ମଙ୍ଗଳବାର ଦିନ ବାସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା। ଏବଂ ବୁଧବାର ଦିନ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲେ।