ପୋଲ ତଳୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଦେଓଗାଁ ଜୀରା ନଦୀ ପୋଲ ତଳୁ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଯୁବତୀ ଜଣକ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ଭାନପୁରୀ ଗାଁର ପ୍ରୀୟା ସିଂ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ପୋଲ ତଳେ ଯୁବତୀ ପଡ଼ିଥିବା ଦେଖି ନଦୀକୁ ବାଲି ନେବାକୁ ଯାଇଥିବା ଜନୈକ ଟ୍ରାକ୍ଟର ଚାଳକ ତାଙ୍କୁୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ପ୍ରିୟାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପ୍ରିୟାଙ୍କୁ ପୋଲ ଉପରୁ ତଳକୁ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି।