ରାମ ମନ୍ଦିର ନିର୍ମାଣ ପାଇଁ ସମଲେଶ୍ୱରୀଙ୍କ ପୀଠରୁ ପଠାଗଲା ମାଟି

ବରଗଡ଼,ଏନ୍ଏନ୍ଏସ୍: ବଜରଙ୍ଗ ଦଳ ତରଫରୁ ମା’ ସମଲେଶ୍ୱରୀଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇ ରାମ ମନ୍ଦିର ନିର୍ମାଣ ପାଇଁ ପଠାଯାଇଛି । ସୋମବାର ବଜରଙ୍ଗ ଦଳର କର୍ମକର୍ତ୍ତା ମାଟି ଏବଂ ଜିରା ନଦୀରୁ ଜଳସଂଗ୍ରହ କରି ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଅଯୋଧ୍ୟା ପଠାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ନିଧୁବନ ବିହାରୀ ପଣ୍ଡା, ବଜରଙ୍ଗ ଦଳର ପ୍ରାନ୍ତ ସହ ସଂଯୋଜକ କୁନୁ ମହାନ୍ତି, ପ୍ରାନ୍ତ ସୁରକ୍ଷା ପ୍ରମୁଖ ଅଶ୍ୱିନୀ ମେହେର, ଜିଲ୍ଲା ସଂଯୋଜକ ଟିକୁ ବନଛୋର, ଜିଲ୍ଲା ସହ ସଂଯୋଜକ ସଞ୍ଜିବ ମେହେର, ନଗର ସଂଯୋଜକ ରାଜା ପ୍ରଧାନ ଏବଂ ନଗର ସହ ସଂଯୋଜକ ପିଙ୍କୁ ମେହେର ପ୍ରମୁଖ ସାମିଲ ଥିଲେ।