ଭାରିଯାନ ପାର୍କିଂକୁ ନେଇ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେପି

ବରଗଡ଼, ଏନ୍ଏନ୍ଏସ୍: ଭାରିଯାନ ପାର୍କିଂ ଯୋଗୁଁ ଜାତୀୟ ରାଜପଥ ଅସୁରକ୍ଷିତ ହୋଇପଡିଥିବା ବେଳେ ଜିଲ୍ଲା ବିଜେପି ଏହାକୁ ନେଇ ଉଦବେଗ ପ୍ରକାଶ କରିଛି । ଏନେଇ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାସହ ଏକ ସ୍ମାରକପତ୍ର ପ୍ରଦାନ କରିଛି । ବରଗଡ଼ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ କଡରେ ଭାରି ଯାନବାହାନ ପାର୍କିଂ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଣାମାନ ଘଟୁଥିବା ନଜର ରହିଛି। ଯାହାକୁ ନେଇ ଜିଲ୍ଲା ବିଜେପି ତରଫରୁ ଆରଟିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ରାଜପଥକୁ ସ୍ଥାୟୀ ପାର୍କିଂରୁ ମୁକ୍ତ କରି ଯାତାୟାତକୁ ସୁଗମ କରିବାକୁ ଦାବି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅବନୀକାନ୍ତ ପଣ୍ଡା, ପରେଶ ବିଶି, ପରୀକ୍ଷିତ ଛତର , ଯୁଧିଷ୍ଠୀର ମେହେର, ସୁବ୍ରତ ହୋତା, ବିଶ୍ୱନାଥ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।