କାଳବୈଶାଖୀର ତାଣ୍ଡବ

ବରଗଡ,ଏନ୍ଏନ୍ଏସ୍ : ମଙ୍ଗଲବାର ଅପରାହ୍ନରେ ବରଗଡ଼ ଜିଲ୍ଳାର ବିଭିିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । କୁଆପଥର ବର୍ଷା ଯୋଗୁଁ ବହୁ ଅମଳ ହେବାକୁ ଥିବା ଧାନ ତଥା ପନିପରିବା ନଷ୍ଟ ହୋଇଥିବା ଜଣାପଡିଛି । ବରଗଡ଼ ସଦର ବ୍ଳକ ଅନ୍ତର୍ଗତ ଖଣ୍ଡହଥା, ମାଲିପାଲି, ଗାଇସୀମା, ଅଡଗାଁ ସମେତ ଭେଡେନ , ପଦ୍ମପୁର, ଗାଇସିଲେଟ, ବିଜେପୁର ଆଦି ଅଚଂଳରେ ବ୍ୟାପକ କୁଆପଥର ମାଡ ହୋଇଛି ।

ବିଭିନ୍ନ କୁଆପଥର ମାଡ ଯୋଗୁଁ ଚାଷୀର ନାହିଁ ନ ଥିବା କ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ପ୍ରବଳ ପବନ ଯୋଗୁଁ ବିଭିନ୍ନ ଗଛ ଭାଙ୍ଗି ଯିବା ସହ ବହୁ ସ୍ଥାନରେ ଚାଳଛପର ଉଡି ଘର ଦ୍ୱାରା ଭାଙ୍ଗି ଯାଇଛି । ଗାଇସିଲେଟ ବ୍ଲକ ଖୁଣଟପାଲି ଗ୍ରାମରେ କୁଆପଥର ମାଡରେ ୬ ଟି ବଳଦଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି । କାଳବୈଶାଖୀ ତଥା କୁଆପଥର ମାଡରେ ଜିଲ୍ଳାରେ ନାହିଁ ନ ଥିବା କ୍ଷତି ହୋଇଥିବା ସୂଚନା ମିଳିଛି ।