ରାସନକାର୍ଡ ଅଛି, ହେଲେ ମିଳୁନି ସାମଗ୍ରୀ

ବରଗଡ,ଏନ୍ଏନ୍ଏସ୍ : ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ଗହମ ଦେବା ସହ ଏକହଜାର ଟଙ୍କା ସହାୟତା ଦିଆଯାଉଛି। ମାତ୍ର ବହୁ ହିତାଧିକାରୀ ଏଥିରୁ ବଂଚିତ ହେଉଥିବା ପରିଲକ୍ଷିତ ହେଉଛି। ଏପରି ଏକ ଅଭିଯୋଗ ଆସିଛି ବରଗଡ଼ ସଦର ବ୍ଲକ୍ ଲାଉନସରା ଗ୍ରାମରୁ। ଲାଉନସରା ଗ୍ରାମରେ ବହୁ ହିତାଧିକାରୀ ଦୀର୍ଘ ୧୬ ମାସ ହେବ ରାସନ କାର୍ଡ ପାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି । ଏପରିକି ହିତାଧିକାରୀମାନଙ୍କୁ ଚାଉଳ, କିରାସିନି ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ସେହିପରି ବର୍ତ୍ତମାନ ଲକଡାଉନ ସମୟରେ ମଧ୍ୟ ସଂପୃକ୍ତ ହିତାଧିକାରୀମାନେ ବିଭିନ୍ନ ଯୋଜନାରୁ ବଂଚିତ ହେବା ସହ ଚାଉଳ, କିରାସିନି ଏପରିକି ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ଏକ ହଜାର ଟଙ୍କା ପାଇବାରୁ ବଞ୍ôଚତ ହୋଇଛନ୍ତି। ଯାହାକୁ ନେଇ ସୋମବାର ଲାଉନସରା ଗ୍ରାମର ବହୁ ରାସନ ସାମଗ୍ରୀରୁ ବଂଚିତ ହିତାଧିକାରୀ ବରଗଡ଼ ବିଡିଓଙ୍କ ଠାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।