ସ୍ତ୍ରୀ ଓ ଝିଅକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲେ ବାପା

 ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଚାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ସ୍ତ୍ରୀ ଓ ଝିଅକୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ସୂଚନା ଅନୁସାରେ  ବେନିଆଚାଲ ଗାଁର ରଥ ମହାନନ୍ଦ (୪୫)  ନିଜ ସ୍ତ୍ରୀ ଏବଂ ୧୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷପାନ କରିଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସମସ୍ତ ଙ୍କୁ ଡାକ୍ତରଖାନାର  ନେବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିଜେପୁର ଡାକ୍ତରଖାନାରେ ପହଁଚିବା ପୂର୍ବରୁ ଝିଅ ଏବଂ ବରଗଡ଼ ଡାକ୍ତରଖାନାରେ ରଥ ମହାନନ୍ଦ ମୁତ୍ୟୁବରଣ କରିଥିବା ଜଣାପଡ଼ିଛି । ଅପରପକ୍ଷେ ରଥଙ୍କ ସ୍ତ୍ରୀଙ୍କୁ ବୁର୍ଲା ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ରଥ ନିଜ ପରିବାରର ଅନ୍ୟ ସଦସ୍ୟଙ୍କୁ ବିଷ ଦେଇ ନିଜେ  ପିଇଦେଇଥିବା କୁହାଯାଉଛି ।