ବରଗଡ଼ ବ୍ଲକ୍ ଚାରୋଟି ମୁଖ୍ୟ ରାସ୍ତା ସଡ଼କ ଯୋଜନାରେ ସାମିଲ

ବରଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉଦ୍ୟମରେ ବରଗଡ଼ ବ୍ଲକ୍ ଚାରୋଟି ପ୍ରମୁଖ ରାସ୍ତା ସଡ଼କ ଯୋଜନାରେ ସାମିଲ ହୋଇଛି । ଉକ୍ତ ରାସ୍ତା ମଧ୍ୟରେ ସାଉନ୍ତପୁର ରୁ ଗୁଡେଶିରା, ନୁଆଗୁଡେଶିରା ରୁ ଝାଡେଶ୍ୱର ମନ୍ଦିର, ବାଗଡିଆ, ନୂଆ ସରସରା ପର୍ଯ୍ୟନ୍ତ, ଭେଡେନ କେନାଲ ଅଡଗାଁ ଛକ ରୁ ଭାୟା ଆମ୍ବସଢା ହୋଇ ବିକାଶ ସ୍କୁଲ ଛକ ପର୍ଯ୍ୟନ୍ତ, ଏନଏଚ ୬ ରୁ ତୁରୁଙ୍ଗା ଭାୟା ବଗେଇବିରା ଉଲବା ପର୍ଯ୍ୟନ୍ତ ଓ କୁରୁଆଁ ରୁ ଥାର୍ଟି ଟିକ୍ରା, କର୍ଣ୍ଣ ଟିକ୍ରା ହୋଇ ଗଣ୍ଡପାଲି ପର୍ଯ୍ୟନ୍ତ ରାସ୍ତା ଗୁଡିକ  ପିଚୁ ରାସ୍ତାରେ ପରିଣତ କରାଯିବା ପାଇଁ ସଡ଼କ ଯୋଜନାରେ ସାମିଲ କରାଯାଇଛି। ଉକ୍ତ ରାସ୍ତା ଗୁଡିକ ନିର୍ମାଣ କରାଯିବା ପାଇଁ ଆବଶ୍ୟକ ବ୍ୟୟ ଅଟକଳର ସର୍ଭେ ମଧ୍ୟ ଆରମ୍ଭ ହୋଇ ସାରିଥିବା ସୂଚନା ମିଳିଛି ।