ବରଗଡ଼,ଏନ୍ଏନ୍ଏସ୍: ସିଟି ହସ୍ପିଟାଲ ଦାବି ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ବେଳେ ସହରରେ ଥିବା ସମସ୍ତ ଦୋକାନୀମାନେ ଏହାକୁ ସମର୍ଥନ ଜଣାଇ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିବା ଜଣାପଡ଼ିଛି।
ଏଠାରେ ସୂଚନାଯୋଗ୍ୟ ଯେ, ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥିବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ ବାସୀ ଦାବି ଜଣାଇଛନ୍ତି ।