ଉପଭୋକ୍ତାଙ୍କ ଘରକୁ ଯାଇ ସଞ୍ଚୟ ରାଶି ପ୍ରଦାନ

ବରଗଡ଼,ଏନ୍ଏନ୍ଏସ୍: ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ କୃଷି ବିକାଶ ଶାଖା ତରଫରୁ ଜନୈକ ବରିଷ୍ଠ ଉପଭୋକ୍ତାଙ୍କ ଘରକୁ ଯାଇ ସଞ୍ଚୟ ରାଶି ପ୍ରଦାନ କରାଯାଇଛି। ବରଗଡ଼ ସଦର ବ୍ଲକ ତାଲପାଲି ନିବାସୀ ଚନ୍ଦ୍ରମଣି ସାହୁ (୮୬) ଅସୁସ୍ଥତା ଯୋଗୁଁ ବ୍ୟାଙ୍କକୁ ଆସିପାରିନଥିଲେ। ସରକାରଙ୍କ ନିୟମାନୁସାରେ ତାଙ୍କ ନାମରେ ଥିବା ଏସଟିଡିଆର ବନ୍ଦ କରାଯାଇ ଉକ୍ତ ସଞ୍ଚୟ ରାଶିକୁ କ୍ୟାସିୟର ଶ୍ରୀମୁଖ ବରିହା ତାଲପାଲି ସ୍ଥିତ ଶ୍ରୀ ସାହୁଙ୍କ ବାସଭବନରେ ପ୍ରଦାନ କରିଥିଲେ। ଏନେଇ ଶ୍ରୀ ସାହୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।