ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋକିଆ ଏସବିଆଇ ଶାଖା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ। ମୋକିଆ ଏସବିଆଇ ଶାଖାରେ ଜଣେ କିରାଣିଙ୍କୁ କୋରୋନାର ଲକ୍ଷଣ ଦେଖା ଦେଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ବ୍ୟାଙ୍କ ଗେଟରେ ଏକ ନୋଟିସ ଲଗାଇ ବ୍ୟାଙ୍କ ବନ୍ଦ ଥିବା ଜଣାଇଛି।
ଏହାସହ ସମ୍ପୃକ୍ତ କିରାଣିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଗତକାଲି ପାପଡାହାଣ୍ଡି ବିଡ଼ିଓ ଓ ଆଇଆଇସି ଉକ୍ତ ବ୍ୟାଙ୍କକୁ ଯାଇ ବ୍ରାଞ୍ଚ ମ୍ୟାନେଜରଙ୍କ ସହ କଥା ହୋଇଥିଲେ। ଫଳରେ ଆଜି ବ୍ୟାଙ୍କ ବନ୍ଦ ହୋଇଥିବା ନେଇ ଗ୍ରାମବାସୀ ଭୟଭୀତ ଥିବା କହିଛନ୍ତି।
ଏହାକୁ ନେଇ ବିଡ଼ିଓ, ଜିଲ୍ଲାପାଳ, ଆଇଆଇସିଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ କିଛି କହିବାକୁ ମନା କରିଦେଇଛନ୍ତି। ସେପଟେ ସେହି ବ୍ୟାଙ୍କର ସମସ୍ତ ଷ୍ଟାଫ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି।