ବନିତାଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କ୍ଷୁଦ୍ର ଗ୍ରହର ଆବିଷ୍କାରକ ତଥା ନବରଙ୍ଗପୁରର ଛାତ୍ରୀ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ୨୦୨୨। ନବରଙ୍ଗପୁର ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ବନିତା।

ଆଜି ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ ବନିତା। ତାଙ୍କୁ ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ଓ ଇ-ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରକାଶ ଥାଉକି ସୁଶ୍ରୀ ବନିତା ବିଶିଷ୍ଟ ପ୍ରାବନ୍ଧିକ ତଥା ନବୋଦୟ ବିଦ୍ୟାଳୟର ଶିକ୍ଷକ ବନ ବିହାରୀ ଦାଶଙ୍କ କନ୍ୟା ଅଟନ୍ତି।

ପୂର୍ବରୁ ବନିତାଙ୍କୁ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ସମେତ ବହୁ ଅନୁଷ୍ଠାନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପୁରସ୍କୃତ କରିଛନ୍ତି।