ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ପରେଡ୍
ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ବୁଧବାର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ସୋମବାର ଫୁଲ୍ଡ୍ରେସ୍ ପରେଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ ଡିଜି ସୁନୀଲ ବଂଶଲ ଯୋଗଦେଇ ପରେଡ୍ ଅଭ୍ୟାସକୁ ଦେଖିଥିଲେ। ଡିଜିପିଙ୍କ ସମେତ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥର ୩ଟି ବ୍ରାସ୍ବ୍ୟାଣ୍ଡ ସହ ମୋଟ୍ ୧୦ଟି କଣ୍ଟିଜେନ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଯବାନଙ୍କ ଚିତ୍ତାକର୍ଷକ ପରେଡ ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ।![]()
