ନୂଆଦିଲ୍ଲୀ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୪ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଏହି ଅବସରରେ ଶେଖ ହସିନା ଏକ ବିଶେଷ ବିମାନରେ ରାଜସ୍ଥାନର ରାଜଧାନୀ ଜୟପୁର ପହଞ୍ଚିଛନ୍ତି । ଜୟପୁର ଏୟାରପୋର୍ଟରେ ରାଜସ୍ଥାନୀ ଅନ୍ଦାଜରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଲୋକନୃତ୍ୟ ସହ ହୋଇଥିଲା । ଖାସ୍ କଥାଟି ହେଲା, ହସିନା ମଧ୍ୟ ରାଜସ୍ଥାନୀ ଅନ୍ଦାଜରେ କଳାକାରଙ୍କ ସହ ତାଳରେ ତାଳ ମିଶାଇ ନୃତ୍ୟ କରିଥିଲେ । ଏଥିସହିତ କଳାକାରଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।
ସୂଚନାଯୋଗ୍ୟ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ତାଙ୍କ ପ୍ରତିନିଧୀ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ ଶିକ୍ଷାମନ୍ତ୍ରୀ ବି ଡି କିଲ୍ଲା ଓ ଉଚ୍ଚପଦସ୍ଥ ଅଧିକାରୀ ପିଏମ ହସିନାଙ୍କ ସ୍ୱାଗତ କରିଥିଲେ ।