କେନ୍ଦୁପାଟଣା,ଏନ୍ଏନ୍ଏସ୍ : ବରାଦୋ ପଞ୍ଚାୟତା ପାଟପୁରଠାରେ ଥିବା ବାପୁଜୀ ବିଦ୍ୟାପୀଠର ୧୯୯୩ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହିି ବ୍ୟାଚ୍ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କ ସହାୟତାରେ ଏକ ପାଣ୍ଠି ଗଠନ କରାଯାଇ ବିଦ୍ୟାଳୟରେ ଅଧ୍ୟୟନରତ ଗରୀବ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ସହାୟତା ଦେବାର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଛାତ୍ର ଦୀନବନ୍ଧୁ ପ୍ରଧାନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ସୁଶାନ୍ତ କୁମାର ନାୟକ, ମଧୁସୂଦନ ରାଉତ, ଜଗତବଲ୍ଲଭ ନନ୍ଦ, ପ୍ରଦୀପ୍ତ ଦାସ, ରଶ୍ମିରଞ୍ଜନ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।