ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ମାଲପଡ଼ାର ପ୍ରଶାନ୍ତ କ୍ଷେତି ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ ଓ ଲୁଟ କରିବା ଘଟଣାରେ ଟାଉନ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡାର ସୌମ୍ୟରଞ୍ଜନ ଦାଶ(୨୮), ସଦେଇପାଲିର ସଞ୍ଜୀବ ମୁଗ୍ରୀ(୩୮), ହାତୀଶାଲ ପଡ଼ାର ବିଶାଳ ସୁନା ଓରଫ ବିକି(୨୨) ଏବଂ ଇଛାପଡ଼ାର ଆକାଶ ଷାଣ୍ଡ(୨୫)। ସୂଚନା ଅନୁଯାୟୀ, ପ୍ରଶାନ୍ତ ରେଳଷ୍ଟେସନ ରିଙ୍ଗ ରୋଡଠାରେ ଛିଡା ହୋଇଥିବା ବେଳେ ୬ ଜଣ ଯୁବକ ଆସି ତାଙ୍କୁ ଟଙ୍କା ମାଗିଥିଲେ ।
