୪ ଦିନ ପାଇଁ ବଲାଙ୍ଗିର ସଟଡାଉନ

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ଦିନ ପାଇଁ ବଲାଙ୍ଗିର ସଟଡାଉନ କରାଯାଇଛି। ଫଳରେ ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ପ୍ରଦାନ କରିଛନ୍ତି। ଏହି ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ମେଡିକାଲ, ଜଳଯୋଗାଣ, ପରିମଳ ଆଦି ଜରୁରୀ ବ୍ୟବସ୍ଥା ଜାରି ରହିବ। ଏଥିସହିତ ଦୋକାନ, ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ।