ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କୁ ଆକ୍ରମଣ

ଭୁବନେଶ୍ୱର : ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ସଂଗୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସାଂସଦ ରାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ସଂଗୀତା ସିଂହଦେଓ କହିଛନ୍ତି ଯେ,ବିରୋଧୀ ସାଂସଦମାନେ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ । ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ। ଉକ୍ତ ଦୁଇ ମହିଳା ସାଂସଦ ମୋ ହାତକୁ ଆଞ୍ଚୁଡ଼ି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ ବୋଲି ସଂଗୀତା ଅଭିଯୋଗ କରିଛନ୍ତି । ସ୍ମୃତି ଇରାନୀ ମୋତେ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି ବୋଲି ମଧ୍ୟ ସଂଗୀତା କହିଛନ୍ତି ।