ବଲାଙ୍ଗିର,ଏନ୍ଏନ୍ଏସ୍ : ଫେମିନା ମିସ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶାର ଟପ୍ ୫ ପ୍ରତିଯୋଗୀଙ୍କ ମଧ୍ୟରୁ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ମନୋନୀତ ହୋଇଛନ୍ତି। ଶୁଭଶ୍ରୀ ବଲାଙ୍ଗିରର ସ୍ପେସିଆଲ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ ଶ୍ରୀ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ । ଓଡିଶାରୁ ୫ ଜଣଙ୍କ ମଧ୍ୟରୁ ମନୋନୀତ ହେବା ପରେ ସହରରେ ଖୁସିର ଲହରୀ ଖେଳିଯାଇଛି ।