ଅଗଷ୍ଟ ୧୫ରୁ କଟକ ଏସସିବି ମେଡ଼ିକାଲରେ ଉପଲବ୍ଧ ହେବ ଇକମୋ ସେବା: ଡ଼ିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ୧୫ରୁ କଟକ ଏସସିବି ମେଡ଼ିକାଲରେ ଇକମୋ ସେବା ଉପଲବ୍ଧ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଡ଼ିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଏସସିବି ମେଡ଼ିକାଲରେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ୯ଟି ଇକମୋ ମେସିନ୍ ଲଗାଯାଇଛି।

ଏଥିପାଇଁ ଆବଶ୍ୟକୀୟ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି ଯାହା ଫଳରେ ଏହାର ପରିଚାଳନା ପାଇଁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଏହି ମେସିନକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ ଗୋଟିଏ ବ୍ୟାଚ୍ କୋଲକତାରୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ଏହି ସୁବିଧା ପାଇଁ ମେଡ଼ିକାଲରେ ୨ଟି ୟୁନିଟ ଗଠନ କରାଯାଇଛି। ପ୍ରଥମ ୟୁନିଟରେ ୬ଟି ଓ ଦ୍ୱିତୀୟ ୟୁନିଟିରେ ୩ ମେସିନ୍ ରହିବାର ବ୍ୟବସ୍ଥା କରାଯାଇଛି। ୨ୟ ୟୁନିଟର ୩ଟି ମେସିନରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା ହେବ ଏବଂ ଅନ୍ୟ ୬ଟି ମେସିନ୍ ଜରୁରୀକାଳୀନ ପରିସ୍ଥିତି ପାଇଁ ରହିବ।