ନୂଆଦିଲ୍ଲୀ: କର୍ଣ୍ଣାଟକରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ପରେ ଶିବିମୋଗାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ମୃତକ ୨୩ ବର୍ଷୀୟ ହର୍ଷଙ୍କ ଶବକୁ ନେବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହେବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିବା ସହ ୧୪୪ ଧାରା ଜାରି କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ଛୁରା ମାଡ଼ କରି ହତ୍ୟା କରାଯାଇଛି । ଉକ୍ତ ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ହର୍ଷଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପୁଲିସ ସୁରକ୍ଷା ମଧ୍ୟରେ ଘରକୁ ନିଆଯାଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଈଶ୍ୱରପ୍ପା ଓ ସାସଦ ରାଘବେନ୍ଦ୍ର ସ୍ଥିତି ଚିନ୍ତାଜନକ ବୋଲି କହିଛନ୍ତି ।