ଆଜି ବାଜପେୟୀଙ୍କର ଶ୍ରାଦ୍ଧ ବାର୍ଷିକୀ: ସ୍ମାରକୀସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ନୂଆଦିଲ୍ଲୀସ୍ଥିତ ଅଟଳ ସ୍ମୁତିପୀଠ ‘ସଦେବ ଅଟଳ’ ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟୁଇଟ କରି ଲେଖିଛନ୍ତି ଯେ, ଆମର ପିଢ଼ିର ବିଚକ୍ଷଣ ବକ୍ତା, ଅଜାତଶତ୍ରୁ, ଉଦାର ଲୋକତାନ୍ତ୍ରିକ ମୂଲ୍ୟର ବାହକ, ଶବ୍ଦ ଶିଳ୍ପୀ, ପ୍ରଖର ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟରେ ଲେଖିଛନ୍ତି, ଭାରତ ସବୁବେଳେ ବାଜପେୟୀଙ୍କୁ ମନେପକାଇବ। ଦେଶ ଗଠନ କରିବାରେ ବାଜପେୟୀ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।