ବଡ଼ଗାମ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବଡ଼ଗାମରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଏଥିରେ ସୁରକ୍ଷାବଳ ୨ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ।

ସୂଚନାଯୋଗ୍ୟ, ଏହି ଏନକାଉଣ୍ଟର ବଡ଼ଗାମ ଏସଏସପୀ ଅଫିସ ପାଖରେ ହୋଇଛି । ଏଠାରେ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳବା ପରେ ଅପରେସନ ଆରମ୍ଭ ହୋଇଥିଲା । ଏହିକ୍ରମେ ବଡ଼ଗାମରେ ସୈନିକଙ୍କ ପକ୍ଷରୁ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିଲା ।

ଅଧିକାରୀଙ୍କ କହିବା ମୁତାବକ, ଗୋଟିଏ କ୍ୟାବଙ୍କୁ ଯାଞ୍ଚ ପାଇଁ ଅଟକିବାକୁ କୁହାଯାଇଥିଲା । କିନ୍ତୁ ଭିତରେ ଥିବା ଆତଙ୍କବାଦୀ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲା । ସୁରକ୍ଷାବଳ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା ।