ପାଟଣାଗଡ଼ରେ ବିଶ୍ୱ ଏଡସ ଦିବସରେ ସଚେତନତା ଶୋଭାଯାତ୍ରା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବିଶ୍ୱ ଏଡସ ଦିବସ ଅବସରରେ ଉତ୍କଳ ସେବକ ସମାଜ ତରଫରୁ ଏଡସ ଦିବସ ପାଳିିତ ହୋଇଯାଇଛି । ସ୍ଥାନୀୟ ଜବାହାରଲାଲ ମହାବିଦ୍ୟାଳୟରୁ ପାଟଣାଗଡ଼ର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଉତ୍କଳ ସେବକ ସମାଜର ଆବାହକ ମହେନ୍ଦ୍ରନନ୍ଦଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ଏଡସ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରି ସହର ପରିକ୍ରମା କରିଥିଲେ ।