ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟରାସ୍ତା ଆମ୍ବଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଏକ ଅଟୋକୁ ଘରୋଇ ବସ୍ ଧକ୍କା ଦେବାରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ଜଣଙ୍କ ହେଲେ ଗୁଣସାଗର ଗାଁ’ର ରଞ୍ଜିତା ଦଳାଇ। ସେହିପରି ଏହି ଦୁର୍ଘଟଣାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।
