ଅଟୋ-ବୋଲେରୋ ମୁହାଁମୁହିଁ, ଜଣେ ମୃତ,୧୨ ଗୁରୁତର

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ସ୍ଥିତ ସିଆଙ୍ଗବାଲି ଛକ ବୁଲାଣିରେ ରବିବାର ଅପରାହ୍ନ ୪ଟା ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିଆଙ୍ଗବାଲି ଛକ ଠାରେ ଏକ ତ୍ତଯାତ୍ରୀ ବାହୀ ଅଟୋ ଓ ବୋଲେରୋ ମଧ୍ୟ ରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ଭ୍ରମରବାଡ଼ି ପଂଚାୟତ କେରୁବାଡ଼ି ନିକଟ ଦଣ୍ଡପାଙ୍ଗା ଗ୍ରାମର ମଙ୍ଗୁଳିଆ ନାୟକ(୪୫)।

ଆହତ ମାନେ ହେଲେ କେରୁବାଡ଼ି ଗ୍ରାମର ଗୀତା ପ୍ରଧାନ(୩୩)ଶ୍ରାମ୍ବାଡ଼ି ଗ୍ରାମର ବିସନ୍ତୀ ମଲିକ (୧୭) କେରୁବାଡ଼ି ରାହୁଲ ନାୟକ(୩୦)ଓ ଚକ୍ରପାଣି ନାୟକ (୫୫) କାଲେଙ୍ଗବାଡ଼ି ଗ୍ରାମର ସଲମି ପ୍ରଧାନ (୨୭)ଟୁଡ଼ୁବିଜୁ ଗ୍ରାମର ମନୋଜ ପ୍ରଧାନ (୨୭) ଭ୍ରମରବାଡ଼ି ର ଦିପୁନ ପ୍ରଧାନ(୧୭) ବିନୁ ପ୍ରଧାନ (୧୯) କେରୁବାଡ଼ି ନମିତା ପ୍ରଧାନ (୧୯)ମମତା ପ୍ରଧାନ (୧୯)ସୁମିତ୍ରା ପ୍ରଧାନ (୨୦) କାଲେଙ୍ଗବାଡ଼ି ର ଦୀପକ ପ୍ରଧାନ (୨୦)ସାମୁଏଲ ପ୍ରଧାନ (୨୨)ା ତେବେ ପ୍ରାଥମିକ ଚିକିତ୍ସା ରେ ସେମାନଙ୍କ ମଧ୍ୟରୁ ଗୀତା ପ୍ରଧାନ, ବିସନ୍ତୀ ମଲିକ,ରାହୁଲ ନାୟକ ,ଚକ୍ରପାଣି ନାୟକ ଓ ସଲମି ପ୍ରଧାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ବ୍ୟକ୍ତି ମାନଙ୍କର ଦାରିଙ୍ଗବାଡ଼ି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ସୂଚନା ପ୍ରକାରେ ରବବାର ଦିନ ଦାରିଙ୍ଗବାଡ଼ି ରେ ହାଟ ଥିବାରୁ କେରୁବାଡ଼ି ଅଂଚଳର ଲୋକ ଦାରିଙ୍ଗବାଡ଼ି ରୁ ହାଟ ସଉଦା ପତ୍ର କିଣି ଅପରାହ୍ନ ୪ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ନଂ ଓଡି୧୨ସି-୧୪୫୨ କେରୁବାଡ଼ି ଅଭିମୁଖେ ଯାଉଥିବା ସମୟରେ ୫୯ନଂ ଜାତୀୟ ରାଜପଥ ର ସିଆଙ୍ଗବାଲି ଛକ ବୁଲାଣୀର ଅପରପାଶ୍ୱର୍ରୁ ଏକ ବୋଲେରୋ ନଂ ଓଡି୧୨-୭୯୮୩ ବ୍ରହ୍ମପୁର ରୁ ବାଲିଗୁଡ଼ା ଆଡ଼କୁ ଆସୁଥିବା ସମୟରେ ଭ୍ରମରବାଡ଼ି ଛକ ରେ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲେରୋର ଧକ୍କାରେ ଅଟୋ ଟି ଓଲଟି ପଡ଼ି ଚୁରମାର ହୋଇଯାଇଥିଲା

ଖବର ପାଇ ଦାରିଙ୍ଗବାଡ଼ି ପୁଲିସ,ଦମକଳ ବାହିନୀ ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରାଇଥିଲେ। ତେବେ ଚିକିତ୍ସା ସମୟରେ ମଙ୍ଗୁଳିଆ ନାୟକ ଙ୍କୁ ଡାକ୍ତର ମୃତ ଘୋଷଣାକରିଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ କୈାଶିକ ମାଝୀ ଙ୍କ ନେତୃତ୍ୱ କ୍ରମେ ଏସ୍ଆଇ ସୈାମ୍ୟରଂଜନ ଜେନା ଓ ଅନିଲ ଦେବତା ପ୍ରମୁଖ ପହଂଚି ଅଟୋ ଓ ବୋଲେର କୁ ଜବତ କରିବା ସହ ମୃତ ମଙ୍ଗୁଳିଆ ନାୟକଙ୍କ ଶବ କୁ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ଏଥି ସହିତ ବୋଲେରୋ ଡ୍ରାଇଭର କୁ ଅଟକ ରଖିଥିବା ଜଣାପଡିଛି।ଘଟଣା କୁ ନେଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଭିଡ ଜମିଥିବା ସହ ପରିବାର ଲୋକ ଶୋକବ୍ୟକ୍ତ କରିଥିଲେ।