ମେ’ ୧୫ ପର୍ଯ୍ୟନ୍ତ ଭାରତରୁ ସମସ୍ତ ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ

କାନବେରା,ଏଜେନ୍ସି: କରୋନା ମହାମାରୀର ଭୟଙ୍କର ସ୍ଥିତିରେ ରହିଛି କରୋନା। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ସମସ୍ତ ବିମାନ ସେବାକୁ ବନ୍ଦ କରିଛି। ଏ ସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମୋରିସନ ସୂଚନା ଦେଇଛନ୍ତି।

କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଭାରତ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସଂକ୍ରମଣ ଗତବର୍ଷର ରେକର୍ଡ ଭାଙ୍ଗିଛି। ବାୟୁରେ କରୋନା ଭାଇରସ ବ୍ୟାପୁଥିବାରୁ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢୁଛି। ଏଥିଲାଗି ଅନ୍ୟ ଦେଶଗୁଡିକ ଭାରତରୁ ବିମାନ ସେବାକୁ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ସହିତ କୋଭିଡର ସମସ୍ତ ନିୟମ ସଠିକ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି। ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦେଶରେ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି। ସୂଚନା ଥାଉ କି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩ ଲକ୍ଷ ୨୩ ହଜାର ୧୪୪ ଜଣ କରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭୭୧ ଜଣଙ୍କର ମୃତ୍ୟୁ ଘଟିଛି।