ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନକୁ ଅଷ୍ଟ୍ରେଲିଆ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏବେ କୋଭାକ୍ସିନ ନେଇଥିବା ଲୋକଙ୍କୁ ବିନା କୌଣସି କଟକଣାରେ ଅଷ୍ଟ୍ରେଲିଆରେ ଏଣ୍ଟ୍ରି ମିଳିବ। କୋଭାକ୍ସିନ ପ୍ରାପ୍ତ ଯାତ୍ରୀଙ୍କୁ ପୂର୍ଣ୍ଣ ଟିକାକରଣ ପ୍ରାପ୍ତ ମାନାଯିବ। ଅଷ୍ଟ୍ରେଲିଆର ଥେରେପ୍ୟୁଟିକ ଗୁଡ୍ସ ଆଡମିନିଷ୍ଟ୍ରେସନ(ଞଏଇ) କୋଭାକ୍ସିନକୁ ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଡବ୍ଲ୍ୟୁଏଚଓ ଏପର୍ଯ୍ୟନ୍ତ କୋଭାକ୍ସିନକୁ ସବୁଜ ସଙ୍କେତ ଦେଖାଇ ନାହିଁ।
ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର ବେରୀ ଔ ଫେରେଲ କହିଛନ୍ତି ଯେ, ଯାତ୍ରୀଙ୍କ ଟିକାକରଣ ସ୍ଥିତିକୁ ସ୍ଥାପିତ କରିବା ଉଦ୍ଦେଶ୍ୟରେ ଭାରତ ବାୟୋଟେକର କୋଭାକ୍ସିନକୁ ମାନ୍ୟତା ଦିଆଯାଇଛି।