ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୧୬ କରୋନା ସଂକ୍ରମିତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୮୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣ ଲୋକାଲ କେସ୍ ରହିଛନ୍ତି। ସେହିପରି ୧୮ ବର୍ଷରୁ କମ୍ ବୟସର ୫୧ ଜଣ ପଜିଟିଭ ରହିଛନ୍ତି।

ବାଲେଶ୍ୱରରୁ ୩, ଭଦ୍ରକରୁ ୧, ବଲାଙ୍ଗିର ୧୦, କଟକରୁ ୩୨, ଢେଙ୍କାନାଳ ୪, ଗଜପତି ୧, ଗଞ୍ଜାମ ୪, ଜଗତସିହପୁର ୪, ଯାଜପୁର ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୮, ଖୋର୍ଦ୍ଧାରୁ ୧୫୨, ମାଲାକାନଗିରି ୧, ମୟୂରଭଞ୍ଜରୁ ୨୮, ନୟାଗଡରୁ ୩, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲରୁ ୩୫ ଜଣ ରହିଛନ୍ତି। ଅନ୍ୟପଟେ ଅନୁଗୁଳ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହାଜର ୭୭୩ରେ ପହଞ୍ଚିଛି। ସେଥିରୁ ୪ ହଜାର ୨୩୭ଟି ଆକ୍ଟିଭ କେସ ରହିଥିବା ବେଳେ ୧୦ ଲକ୍ଷ ୨୯ ହଜାର ୧୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନ ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୩୩୬ରେ ପହଞ୍ଚିଛି।