Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ମଧ୍ୟ ବାଜି ମାରି ନେଇଛି ଅଷ୍ଟ୍ରେଲିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ମଧ୍ୟ ବାଜି ମାରି ନେଇଛି ଅଷ୍ଟ୍ରେଲିଆ

ଲଣ୍ଡନ: ଇଂଲଣ୍ଡକୁ ଭାରି ପଡ଼ିଛି ଅଷ୍ଟ୍ରେଲିଆ । ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୪୩ ରନରେ ବାଜି ମାରି ନେଇଛି । ଏହି ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌କୁ ୨ ୱିକେଟରେ ଜିତିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ପାଳିରେ ଦମଦାର ଶତକ ସହିତ ଉଭୟ ପାଳିରେ ୧୪୪ ରନ୍‌ ସଂଗ୍ରହ କରିଥିବା ଭେଟେରାନ କ୍ରିକେଟର ଷ୍ଟେଭ୍‌ ସ୍ମିଥ୍‌ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଏହା ଇଂଲିସ୍‌ ଦଳ ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇ ନଥିଲା । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ପାଇଁ ଯଦିଓ ଉସମାନ ଖାୱଜା କେବଳ ୧୭ ରନ କରି ଆଉଟ ହୋଇଥିଲେ, ଡେଭିଡ୍‌ ୱାର୍ନର କିନ୍ତୁ ୬୬ ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଲାବୁସାନ ୪୭ ରନ କରି ଆଉଟ୍‌ ହୋଇଥିବା ବେଳେ ଟ୍ରାବିସ ହେଡ୍‌ ୭୭ ରନର ବଡ଼ ପାଳି ଖେଳିଥିଲେ । ହେଲେ ଭେଟେରାନ୍‌ ବ୍ୟାଟର ୧୮୪ ବଲ ଖେଳି ୧୧୦ ରନର ଶତକୀୟ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱିକେଟ ରକ୍ଷକ ଆଲେକ୍ସ କ୍ୟାରୀ ଓ ଅଧିନାୟକ ପାଟ୍‌ କମିନ୍ସ ୨୨ ରନ ଲେଖାଏଁ କରି ଦଳକୁ ୪୧୬ ରନରେ ପହଞ୍ଚାଇଥିଲେ । ସେପଟେ ପ୍ରଥମ ପାଳିରେ ଇଂଲଣ୍ଡ ପକ୍ଷରୁ ରବିନ୍‌ସନ ଓ ଜୋଶ ଟଙ୍ଗ୍‌ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜୋ ରୁଟ୍‌ ୨ଟି ସଫଳତା ପାଇଥିବା ବେଳେ ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ ।

ପ୍ରଥମ ପାଳିରେ ଇଂଲଣ୍ଡର ବେନ ଡକେଟ୍‌ ୯୮ ରନର ବଡ଼ ପାଳି ଖେଳିଥିଲେ ମଧ୍ୟ ଶତକ ଠାରୁ ମାତ୍ର ୨ ରନ ପଛରେ ରହି ୱିକେଟ ହରାଇଥିଲେ । ଅନ୍ୟତମ ଓପନର ଜ୍ୟାକ୍‌ କ୍ରାଓଲି ୪୮ ରନ କରି ଆଉଟ ହୋଇଥିଲେ । ଓଲି ପପ୍‌ ୪୨ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ୍‌ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ସମର୍ଥ ହୋଇନଥିଲେ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ପାଇଥିଲେ । ହେଜଲେଉଡ୍‌ ଓ ହେଡ୍‌ଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ଅନ୍ୟ ସମସ୍ତେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଫଳରେ ୩୨୫ ରନରେ ସମସ୍ତ ୱିକେଟ ହରାଇଥିଲା ଇଂଲଣ୍ଡ ।

ଦ୍ବିତୀୟ ପାଳିରେ ଖାୱଜା ୭୭ ରନ ସଂଗ୍ରହ କରି ଦଳ ପାଇଁ ସର୍ବାଧିକ ରନ ସ୍କୋରର ରହିଥିଲେ । ୱାର୍ନର ୨୫, ଲାବୁସାନେ ୩୦ ଓ ଷ୍ଟେଭ୍‌ ସ୍ମିଥ ୩୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ କ୍ୟାରୀ (୨୧)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ଛୁଇଁ ପାରିନଥିଲେ । ଏହି ପାଳିରେ ବ୍ରଡ୍‌ଙ୍କୁ ସର୍ବାଧିକ ୪ ୱିକେଟ ସଫଳତା ମିଳିଥିଲା । ଜୋଶ ଟଙ୍ଗ ଓ ରବିନ୍‌ସନ୍‌ ୨ଟି ଲେଖାଏଁ ୱିକେଟ ପାଇଥିଲେ । ଆଣ୍ଡରସନ୍‌ ଓ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ଅଷ୍ଟ୍ରେଲିଆ ପାଳିକୁ ୨୭୯ରେ ଶେଷ କରିଥିଲେ ।

ସେପଟେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ଭାର ସମ୍ଭାଳୁଥିବା ବେନ ଷ୍ଟୋକ୍ସ ଶ୍ରେଷ୍ଠ ପ୍ରଦର୍ଶନ କରି ୧୫୫ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ବେନ୍‌ ଡକେଟ୍‌ ୮୩ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲେ । ଫଳରେ ଦଳ ୩୨୭ରେ ଅଟକି ଯଆଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, କମିନ୍ସ ଓ ଟ୍ରାବିସ୍‌ ହେଡ୍‌ ୩ଟି ଲେଖାଏଁ ୱିକେଟ ପାଇଥିଲେ । କାମେରନ ଗ୍ରୀନ ଗୋଟିଏ ୱିକେଟ ନେଇଥିଲେ । ଫଳରେ ଅଷ୍ଟ୍ରେଲିଆ ୪୩ ରନରେ ବାଜି ମାରି ନେଇଥିଲା ।