ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ, ୫ଲକ୍ଷରୁ ଅଧିକ ଟଙ୍କା ଲୁଟ

ଟାଙ୍ଗୀ,ଏନ୍ଏନ୍ଏସ୍: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍ ପମ୍ପ୍ ନିକଟରେ କେତେକ ଅସାମାଜିକ ବ୍ୟକ୍ତି ଟ୍ରକ୍କୁ ଡ୍ରାଇଭରମାନଙ୍କୁ ଆକ୍ରମଣ କରି ୫ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବାର ଜଣାଯାଇଛି।
ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତ୍ରିରେ କିଛି ଯୁବକ ପେଟ୍ରୋଲ୍ ପମ୍ପ୍ ନିକଟରେ ଠିଆ ହୋଇଥିବା ଟ୍ରକଗୁଡ଼ିକର ଡ୍ରାଇଭରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିସହ ସେମାନଙ୍କ ଠାରୁ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିଲେ। ଏଥିରେ ଡ୍ରାଇଭରମାନେ ଗରୁତର ଆହତ ହୋଇଥିବା ଜଣାଯାଇଛି। ସେହିପରି ଉକ୍ତ ଅସାମାଜିକ ଯୁବକମାନେ ଟ୍ରକଗୁଡ଼ିକର କାଚଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏସଂପର୍କରେ ସୂଚନା ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।