ଦଶପଲ୍ଲା ପୂର୍ବତନ ବିଡିଓଙ୍କ ବାସଗୃହ ଉପରକୁ ଆକ୍ରମଣ

ନୟାଗଡ଼,ଏନ୍‌ଏନ୍‌ଏସ୍: ନୟାଗଡ଼ ଜିଲ୍ଲା ଦଶପଲ୍ଲା ପୂର୍ବତନ ବିଡିଓଙ୍କ ବାସଗୃହ ଉପରେ ଆକ୍ରମଣ ହୋଇଛି। ସୂଚନାନୁସାରେ, ଦଶପଲ୍ଲା ବ୍ଲକ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ ବଦଳି ହୋଇ ସାରିଛି। ମାତ୍ର ସେ ତାଙ୍କ ଜିନିଷ ପତ୍ର ନେଇ ନଥିବାରୁ ଦଶପଲ୍ଲା ଛାଡ଼ି ନାହାଁନ୍ତି। ଆଜି ବିଡିଓ ଘରେ ଖାଇ ବସିଥିବା ବେଳେ ବେଳେ କିଛି ଅସମାଜିକ ବ୍ୟକ୍ତି ବିଡିଓଙ୍କ ଘର ଉପରକୁ ଟେକା ପଥର ମାଡ଼ କରିବା ସହ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି।

ବିଡିଓଙ୍କ କହିବା ମୁତାବକ, କୋଭିଡ୍ ଫଣ୍ଡରୁ ବ୍ଲକ ଅଧିନସ୍ଥ କିଛି ସରପଞ୍ଚ ଏବଂ କିଛି ନେତା ତାଙ୍କ ଠାରୁ ଅର୍ଥ ଦାବି କରିଥିଲେ।
ଯାହାକୁ ବ୍ଲକରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଏବେ ବିଡିଓଙ୍କ ବଦଳି ହୋଇଛି।

ବଦଳି ପରେ ଆଜି ତାଙ୍କ ଉପରେ ଏହି ଜନପ୍ରତିନିଧିମାନେ ଆକ୍ରମଣ କରିଥିବା ନେଇ ବିଡିଓ ଅଭିଯୋଗ କରିଛନ୍ତି। ସେମାନେ ଏକ ଗାଡ଼ିରେ ଆସି ତାଙ୍କ ଗେଟରେ ଧକ୍କା କରି ଗେଟ ଭାଙ୍ଗିବା ସହ ଭିତରକୁ ଇଟା ପଥର ମାଡ଼ କରିଥିଲେ। ଖବରପାଇ ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଚାଲିଯାଇଥିବା ଜଣାପଡ଼ିଛି ।