ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପ ଷଣ୍ଢକୁଦ ବସ୍ତିରେ ଧସେଇ ପଶିଲେ ୮୦ ରୁ ଅଧିକ ପ୍ରବାସୀ ଶ୍ରମିକ। ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ କହିବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ସେମାନେ ଦୁର୍ବ୍ୟବହାର ପ୍ରବାସୀ ଶ୍ରମିକମାନେ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କ୍ୱାରେଂଟିନ ସେଂଟରକୁ ନଯାଇ ସିଧାସଳଖ ଘରକୁ ଯାଇଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ଆଶାକର୍ମୀ ସେମାନଙ୍କୁ ବାଧା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।