ଧାର ନେଇ ଫେରାଇଲେ ନାହିଁ ଟଙ୍କା, ମାଡ଼ ଖାଇ ଯୁବନେତା ଗୁରୁତର

  • ପାଟଣା,ଏନଏନଏସ: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ଯୁବନେତା ତଥା ଜିଲ୍ଲା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁ ଟଙ୍କା ଧାର୍ ନେଇ ଆଉ ଫେରାଇ ନଥିଲେ। ଫଳରେ ମାଡ଼ ଖାଇ ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବାବେଳେ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, କରୁଣା ସାଗର ସାହାରପଡ଼ାର ଉମାକାନ୍ତ ଦିଗାରଙ୍କଠାରୁ ବ୍ଲାଙ୍କ ଚେକ୍ ଦେଇ ୪ଲକ୍ଷ ୭୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ। କିନ୍ତୁ ଧାର ଟଙ୍କା ନସୁଝିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉକ୍ତ ଘଟଣା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ବାରମ୍ବାର ଧାର ଟଙ୍କା ମାଗିବାରୁ ସେ ଧାର ଟଙ୍କା ନଫେରାଇ ଗାଳି ଗୁଲଜ କରିବାରୁ କରୁଣାଙ୍କୁ ଉମାକାନ୍ତ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ହାତ ଭାଙ୍ଗି ଯାଇଥିବା କରୁଣାଙ୍କ ଭାଇ ନଳିନୀକାନ୍ତ ଖଟୁଆ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏଥିସହ କରୁଣାଙ୍କ ଗାଡ଼ି ନେଇ ପଳାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏନେଇ କେସ୍ ନଂ. ୧୩୫/୨୧ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ କରୁଣା ୪ ଲକ୍ଷ ୭୦ ହଜାର ଟଙ୍କା ଧାର ନେଇଥିଲେ। ଧାର ଟଙ୍କା ମାଗିବାରୁ ଦିପୁ ଖଟୁଆ ଘର ନିକଟକୁ ଆସି ଖରାପ ଭାଷାରେ ଗାଳିଗୁଲଜ କରିବା ନେଇ ଉମାକାନ୍ତ ଦିଗା ଫାଣ୍ଡିରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି କେସ୍ ନଂ. ୧୩୪/୨୧ ରେ ମାମଲା ରୁଜୁ ହୋଇଛି। ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ସୂଚନା ଦେଇଛନ୍ତି।