ବଲାଙ୍ଗିର,ଏନ୍ଏନ୍ଏସ୍: ଦିଲ୍ଲୀ ସିସିଆରଟି ତରଫରୁ ସୁଶ୍ରୀ ଶୀଖା ବାଗ ଲୋକନୃତ୍ୟରେ ଏବଂ ସୁଶ୍ରୀ ଶ୍ରଦ୍ଧାରାଣୀ ମଲ୍ଲିକ ଲୋକଗୀତରେ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ବୃତ୍ତି ପାଇବାକୁ ମନୋନି ହୋଇଛନ୍ତି। ଶିଖା ଏବଂ ଶ୍ରଦ୍ଧା ଢୋଲମୁହୁରୀ ଅନୁଷ୍ଠାନରେ ଗୁରୁ ନିଳାଞ୍ଚଳ ନନ୍ଦଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଏଭଳି ସଫଳତା ହାସଲ କରିଛନ୍ତି। ଶିଖା ଏବଂ ଶ୍ରଦ୍ଧା ଆଦର୍ଶ ବିଦ୍ୟାଳୟ ପଥରଚେପା ବଲାଙ୍ଗିରରେ ପଢୁଛନ୍ତି। ଫଳରେ ବଲାଙ୍ଗିର ଜିଲ୍ଲାରେ କଳାକାର ମହଳରେ ଖୁସିର ଲହର ଖେଳିଯାଇଛି।