ଝାରସୁଗୁଡା,ଏନ୍ଏନ୍ଏସ୍: ବନ୍ୟା ପ୍ରଭାବିତ କୁଷ୍ଠପତ୍ରା ଗ୍ରାମରେ ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ‘ଗୋଣ୍ଡୱାନ ଗୋଣ୍ଡ’ ମହାସଭା ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ ପରିବାରଙ୍କୁ ୧୫ କେଜି ଚାଉଳ ଓ କିଲେ ଡାଲି ପ୍ରଦାନ କରାଯାଇଛି। ଏହି ଅବସରରେ ଗ୍ରାମବାସୀ କହିଛନ୍ତି ଯେ, ସେମାନଙ୍କ ଗ୍ରାମରେ ପ୍ରତିବର୍ଷ ବନ୍ୟା ହୋଇଥାଏ। ହେଲେ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ନ କରି କେବଳ ବନ୍ୟା ସମୟରେ ରିଲିଫ ସାମଗ୍ରୀ ପ୍ରଦାନ କରାଯାଏ। ସେହିପରି ଗ୍ରାମକୁ ଯିବାପାଇଁ ରାସ୍ତାଘାଟ ନଥିବାବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହି ଗ୍ରାମକୁ ଗମନା ଗମନ ସୁବିଧା, ବନ୍ୟା ନିୟନ୍ତ୍ରଣ, ବିଜୁଳି ଓ ପିଇବା ପାଣିର ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ମହନ୍ଦ୍ର ନାଏକ, ପ୍ରଭାକର ଓରାମ, ଫକିର ନାଏକ, ଲିଙ୍ଗରାଜ ପ୍ରଧାନ, ଚୁଡାମଣି ଧୁରୁଆ, ନେଲସନ ଜୋଜୋ, ମୁରାରୀ ଭେଇ ପ୍ରମୁଖ ଉପସ୍ଥିତ ଥିଲେ।