ଆସାରାମ ବାପୁ କରୋନା ପଜିଟିଭ, ହସ୍‌ପିଟାଲରେ ଭର୍ତ୍ତି

ଯୋଧପୁର,ଏଜେନ୍ସି: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଆସାରାମ ବାପୁ କରୋନା ସଂକ୍ରମିତ ହୋଇଛନ୍ତି। ୩ ଦିନ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ଏବଂ ବୁଧବାର ସନ୍ଧ୍ୟାରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିଲା।

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସାରାମ ବାପୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ପଠାଯାଇଛି। ସୂଚନାଯୋଗ୍ୟ ଯେ, ଆସାରାମ ନାବାଳିକାଙ୍କ ସହିତ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ନରବଳୀ, ହତ୍ୟା ଭଳି ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି।