ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ ମହାନ୍ତ ହସ୍ପିଟାଲରେ ଭର୍ତ୍ତି

ଗୁଆହାଟୀ,ଏଜେନ୍ସି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତ (୬୮) ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲର ଜଣେ ମୁଖପାତ୍ର ଶନିବାର କହିଛନ୍ତି।

ଗତବର୍ଷ ସେପ୍ଟେମ୍ବରରେ ମହାନ୍ତ ଉଚ୍ଚ ରକ୍ତଚାପରେ ପୀଡିତ ହୋଇ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମହାନ୍ତଙ୍କ ନେତୃତ୍ୱରେ ଆସାମ ଗଣପରିଷଦ ୧୯୮୫ ଓ ୧୯୯୬ରେ ୨ ଥର କ୍ଷମତାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ ଆସାମରେ ନିଖିଳ ଆସାମ ଛାତ୍ରସଂଘ ପକ୍ଷରୁ ୬ ବର୍ଷ ଧରି ଚାଲିଥିବା ଆନ୍ଦୋଳନର ସେ ନେତୃତ୍ୱ ନେଇ କେନ୍ଦ୍ର ସରକାରଙ୍କ ସହ ଐତିହାସିକ ଆସାମ ରାଜିନାମାରେ ସ୍ୱାକ୍ଷର କରିଥିଲେ। ୧୯୮୫ରେ ସେ ମାତ୍ର ୩୩ ବର୍ଷ ବୟସରେ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ।