ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି

ଗୌହାଟୀ,ଏଜେନ୍ସି: ବନ୍ୟାରେ ପ୍ରାୟ ଦୁଇଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆସାମ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟା  ଏବଂ ଭୂ-ସ୍ଖଳନ ଯୋଗୁଁ ୩୯ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହାଛଡ଼ା ୯ଜିଲ୍ଲାର ୧୯ହଜାର ୮୮୬ହେକ୍ଟର ଚାଷଜମିକୁ ବନ୍ୟାପାଣି ନଷ୍ଟ କରିଦେଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଦ୍ୱାରା ୫ଟି ଜିଲ୍ଲାର ଗ୍ରାମରେ ୩୩ଟି ରିଲିଫ୍ ବଣ୍ଟନ କେନ୍ଦ୍ର କରାଯାଇଛି ବୋଲି  ସରକାର ସୂଚନା ଦେଇଛନ୍ତି।