ଆସାମରେ ଭୋଟର ତାଲିକାରୁ ୧.୩ ଲକ୍ଷ ନାମ ବାଦ

ଗୁଆହାଟୀ,ଏଜେନ୍ସି: ରାଜ୍ୟ ଭୋଟର ତାଲିକାରୁ ୧ ଲକ୍ଷ ୩୦ ହଜାର ଲୋକଙ୍କ ନାଁକୁ ବାଦ ଦିଆଯାଇଛି ବୋଲି ଆସାମ ନିର୍ବାଚନ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ଛାଡି ଅନ୍ୟତ୍ର ପଳାଇଥିବାବେଳେ ଅନ୍ୟମାନେ ଏବେ ଜୀବିତ ନାହାନ୍ତି। ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୧୮ ସୁଦ୍ଧା ଏହି ତାଲିକାକୁ ଚୂଡାନ୍ତ କରାଯାଇଛି। ଏହି ସଂଶୋଧିତ ତାଲିକାରେ ୧୨୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ୨.୨୪ କୋଟି ଭୋଟରଙ୍କ ନାମକୁ ସାମିଲ କରାଯାଇଛି।