ଦୁଷ୍କର୍ମ ଅଭିଯୋଗରେ ଏଏସ୍ଆଇ ଗିରଫ

କପ୍ତିପଦା,ଏନ୍ଏନ୍ଏସ୍: କପ୍ତିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଜଣେ ଏଏସ୍ଆଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏଏସ୍ଆଇ ଶୁଭେନ୍ଦୁ ବେହେରା ଗତ ମେ’୧୩ ତାରିଖ ବିଳମ୍ବିତ ରାତ୍ରିରେ କପ୍ତିପଦା ଥାନା ଅଞ୍ଚଳରେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରୁଥିବା କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଏଏସଆଇକୁ ମହିଳାଙ୍କ ପରିବାର ଲୋକେ ମାଡ ମାରିଥିବା ଅଭିଯୋଗ କରି ଏକ ତରଫା ତଦନ୍ତ କରି ତାଙ୍କୁ କାରାଗାରକୁ ପଠାଇ ଦେଇଥିଲେ। ଜେଲରେ ୩ଟି ଛୋଟ ପିଲା ୨ ମହିଳା ୨୩ଦିନ ରହି ଜାମିନରେ ଆସିବାପରେ ବାପ ପୁଅ ଜେଲରେ ୮୦ ଦିନ କାଳ କାଟିଲେ ।

ବିନା ଦୋଷରେ ଦୀର୍ଘ ୩ମାସ କାଳ ଜେଲରେ କାଳ କଟିବା ପରେ ନ୍ୟାୟ ପାଇବା ପାଇଁ ସେପ୍ଟେମ୍ବର ୧୬ ତାରିଖରେ ସମ୍ପୃକ୍ତ ପୀଡ଼ିତା ସହ ପରିବାର ଲୋକେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଖୁବ୍ ଶୀଘ୍ର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ନବୀନଙ୍କ ଅଫିସରୁ ପ୍ରତିଶ୍ରୁତି ମିଳିବାପରେ ପରିବାର ଲୋକ ଘରକୁ ଫେରିଥିଲେ । ତେବେ ତଦନ୍ତ କରାଯାଇ ଏସ୍ପିଙ୍କ ନିର୍ଦେଶରେ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରାଯାଇଛି ।

ଏନେଇ କପ୍ତିପଦା ଥାନାରେ କେସ୍ ନଂ-୧୦୧/୧୯ ୧୬.୦୯.୨୦୯ ଅନୁସାରେ ଆଇପିସି ଧାରା ୪୫୭/୩୫୪ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିସିପି ସବିତା ମାଝୀ ସୂଚନା ଦେଇଛନ୍ତି। ତେବେ ପୀଡ଼ିତଙ୍କ କହିବା ଅନୁସାରେ ତଦନ୍ତରେ ହେଳା କରିଥିବା ଥାନାଧିକାରୀ , ତଦନ୍ତକାରୀ ଅଧିକାରୀ ମିନି ଭୋଇଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରାଯାଇଛି।